ଖବର ଆଜିର: ରିଟାୟାର୍ଡ଼ ସ୍କୁଲ ଶିକ୍ଷକ ଶ୍ରୀ ରାମଚନ୍ଦ୍ର ବିଶୋୟୀ ଇତି ମଧ୍ୟରେ ଆରମ୍ଭ କରିଛନ୍ତି ତାଙ୍କ ଶିକ୍ଷକତା ଜୀବନର ଦ୍ଵିତୀୟ ପାଳି | କିନ୍ତୁ ଏହା ସମ୍ପୂର୍ଣ ନିଶୁଲ୍କ ଓ ମମତ୍ୱ-ଭରା ସେବା ଅଟେ ସେହି ପିଲାମାନଙ୍କ ଉଦ୍ଦେଶ୍ୟରେ, ଯେଉଁମାନେ ବାପା ମା ଛେଉଣ୍ଡ ହୋଇ ନବଜୀବନ ଆଶ୍ରମରେ ଲାଳିତ ପାଳିତ ହେବା ସହିତ ନିଜ ଜୀବନର ପ୍ରତ୍ୟେକ ସୋପାନକୁ ଆମ ରାମ ଭାଇଙ୍କ ପରି ବ୍ୟକ୍ତିତ୍ୱଙ୍କ କାରଣରୁ ଆଗେଇ ନେଇଯିବା ପାଇଁ ସକ୍ଷମ ହେଇ ପାରୁଛନ୍ତି | ଏହି ପିଲାଙ୍କ ଶିକ୍ଷାର ସ୍ତରକୁ ଉନ୍ନତି ପଥରେ ନେଇଯିବା ପାଇଁ ରାମ ଭାଇଙ୍କର ନିଷ୍ଠାପର ଭାବନାକୁ ବ୍ରହ୍ମପୁର ବ୍ରଜନଗର ସ୍ଥିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମା-କାଳୀ ପ୍ରଭାତ ଶାଖାର ସ୍ୱୟଂସେବକ ତଥା କାର୍ଯ୍ୟକର୍ତ୍ତା ମହଲରେ ଏହା ଚର୍ଚ୍ଚାର ବିଷୟ ହେବା ସହିତ, ଏହା ସମସ୍ତଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ବୋଲି ସମସ୍ତେ ନିଜ ମତ ରଖିଛନ୍ତି |

Breakfast & Lunch provided by M.K.C.G. College Students (SOCH) at Navajeevan Seva Ashram, Brahmapur
M.K.C.G. College Students ( SOCH organisation) provided breakfast & lunch on 19th Nov 2023. They also conducted different competitions & distributed prizes among the children.
